ଶାହୀନବାଗ ମାମଲାରେ ସୁପ୍ରିମ୍‌ କୋର୍ଟ କହିଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସର୍ବସାଧାରଣ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ

Advertisment
ଶାହୀନବାଗ ମାମଲାରେ ସୁପ୍ରିମ୍‌ କୋର୍ଟ  କହିଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସର୍ବସାଧାରଣ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ

Image Source: Hindustan Times

ନୂଆଦିଲ୍ଲୀ:  ଦିଲ୍ଲୀର ଶାହୀନବାଗରେ ‘ସିଏଏ’ ବିରୋଧୀ ପ୍ରତିବାଦକାରୀଙ୍କୁ ହଟାଇବା ଆଦେଶ ନ ଦେଇ ସୋମବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ସର୍ବସାଧାରଣ ରାସ୍ତାକୁ ଲୋକେ ଅନିର୍ଦ୍ଦିଷ୍ଟ କାଳଯାଏଁ ଅବରୋଧ କରି ପାରିବେ ନାହିଁ।

ମାମଲାର ପରବର୍ତ୍ତୀ ଶୁଣାଣିକୁ ଫେବ୍ରୁଆରି ୧୭ ତାରଖ ପାଇଁ  ସ୍ଥିର କରି  ବିଚାରପତି ସଞ୍ଜୟ କିଷନ କୌଲ କହିଲେ, ଯଦି ଆପଣ ୫୦ ଦିନ ଅପେକ୍ଷା କରି ପାରିଲେ ଆଉ ଗୋଟାଏ ସପ୍ତାହ ମଧ୍ୟ ଅପେକ୍ଷା କରି ପାରିବେ।

ଏହାଛଡ଼ା ଏହି ମ‌ାମଲାର ଶୁଣାଣି କରୁଥିବା ଦୁଇଜଣିଆ ଖଣ୍ଡପୀଠର ଖଣ୍ଡପୀଠ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ଦିଲ୍ଲୀ ପୁଲିସକୁ ଏ ବିଷୟରେ ମତ ରଖିବାକୁ ନୋଟିସ ଜାରି କରିଛନ୍ତି।

ଏହି ଖଣ୍ଡପୀଠର ଅନ୍ୟ ବିଚାରପତି କେଏମ୍‌ ଜୋସେଫ୍‌ କହିଛନ୍ତି ଯେ ସରକାରଙ୍କ ଠାରୁ ଶୁଣିବା ପୂର୍ବରୁ ଦୁଇଟି ପିଟିସନ୍‌ ଆଧାରରେ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ।

publive-image Image Source: Zee News

ଏ ଦୁଇ ଆବେଦନକାରୀ ହେଉଛନ୍ତି ଓକିଲ ଅମିତ ସାହାଣୀ ଏବଂ ଦିଲ୍ଲୀର ବିଜେପି ନେତା ନନ୍ଦକିଶୋର ଗର୍ଗ।

ଖଣ୍ଡପୀଠ ଆହୁରି କହିଛନ୍ତି କି, ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପ୍ରତିବାଦ ଚାଲୁ ରହିବା ଗ୍ରହଣୀୟ ନୁହେଁ। କିନ୍ତୁ, ପ୍ରତିବାଦ ନିମନ୍ତେ ଉଦ୍ଦିଷ୍ଟ ସ୍ଥଳୀରେ ପ୍ରତିବାଦ ଚାଲୁ ରହିପାରେ।

ଜଣେ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ସର୍ବସାଧାରଣ ରାସ୍ତା ଅବରୋଧ କରି ପାରିବେ ନାହିଁ। ଯଦି ସମସ୍ତେ ସବୁ ଜାଗାରେ ପ୍ରତିବାଦ ଆରମ୍ଭ କରିବେ, ତେବେ ପରିସ୍ଥିତି କ’ଣ ହେବ ବୋଲି ବିଚାରପତି କୌଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe